Murder case: କାଠଯୋଡ଼ି ପଠାରେ ମହିଳାଙ୍କୁ ହତ୍ୟା ଘଟଣା: କଳାହାଣ୍ଡିରୁ ଆଣି କଟକରେ ହତ୍ୟା, ମୃତଦେହ ଚିହ୍ନଟ ପାଇଁ ଆସିଲେ ପରିବାର ଲୋକ
Murder case: କାଠଯୋଡ଼ି ପଠାରେ ମହିଳାଙ୍କୁ ହତ୍ୟା ଘଟଣା: କଳାହାଣ୍ଡିରୁ ଆଣି କଟକରେ ହତ୍ୟା, ମୃତଦେହ ଚିହ୍ନଟ ପାଇଁ ଆସିଲେ ପରିବାର ଲୋକ

କଟକ: କାଠଯୋଡ଼ି ନଦୀପଠାରେ ମହିଳାଙ୍କୁ ହତ୍ୟା ଘଟଣାରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି ପୁଲିସ। ମୃତ ମହିଳାଙ୍କ ଘର କଳାହାଣ୍ଡିରେ। ତାଙ୍କ ବାପଘର ନୂଆପଡ଼ା ଅଞ୍ଚଳରେ। ଅଭିଯୁକ୍ତ ତାଙ୍କର ସଂପର୍କୀୟ। ଏଭଳି ତଥ୍ୟ ଆଧାରରେ ପୁଲିସ ଏବେ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଅନ୍ୟପଟେ ଉଭୟ ଅଭିଯୁକ୍ତ ଓ ମୃତ ମହିଳାଙ୍କ ସ୍ପଷ୍ଟ ଚିତ୍ର ସିସି କ୍ୟାମେରା ଫୁଟେଜରେ ସାମନାକୁ ଆସିଛି। ଉଭୟ ସିଏନ୍ବିଟିକୁ ବସ୍ରେ ଆସିଥିଲେ। ସିଏନ୍ବିଟିରେ ଓହ୍ଲାଇବା ପରେ ସେମାନେ ଚାଲିଚାଲି ସିଟି କଲେଜ ସାମନା କାଠଯୋଡ଼ି ନଦୀପଠାକୁ ଯାଇଥିଲେ। ଦିନ ସମୟରେ ହିଁ ସେହି ସ୍ଥାନରେ ହତ୍ୟାକାଣ୍ଡ ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବୁଧବାର ସଂଧ୍ୟାରେ ସିଟି କଲେଜ ସାମନା କାଠଯୋଡ଼ି ନଦୀପଠାରେ ଜଣେ ମହିଳାଙ୍କ ଶବ ପଡ଼ିଥିବା ବାଦାମବାଡ଼ି ଥାନା ପୁଲିସ ଜାଣିବାକୁ ପାଇଥିଲା। ସେଠାରୁ ମହିଳାଙ୍କ ଶବ, ଖାଦ୍ୟ ସାମଗ୍ରୀ ଓ ଆସବାବପତ୍ର ମିଳିଥିଲା। ମହିଳାଙ୍କ ହାତରେ ଅଭିନାଶ-ଗୌରୀ ଲେଖାକୁ ନେଇ ପୁଲିସ ଛାନଭିନ୍ ଆରମ୍ଭ କରିଥିଲା। ବାଦାମବାଡ଼ି ଥାନା ପୁଲିସ ମହିଳାଙ୍କ ଠିକଣା ଠାବ କରିବା ପରେ ମୃତ ମହିଳାଙ୍କ ପରିବାର ଲୋକଙ୍କୁ ଡକାଇ ପଚରାଉଚରା କରିଛି। ସେମାନଙ୍କ ବୟାନ ଆଧାରରେ ଅଭିଯୁକ୍ତକୁ ବି ଚିହ୍ନଟ କରିଛି। ଯେଉଁ ଅଭିଯୁକ୍ତ ଏହି ମହିଳାଙ୍କୁ ବସ୍ରେ ଆଣିଥିଲା, ଉଭୟ ପୂର୍ବ ପରିଚିତ ଓ ସଂପର୍କୀୟ।
ସୌଜନ୍ୟ ସମ୍ବାଦ




