Khadi Tradition Alive ମହାମାୟା ତେଜାନୀଙ୍କ ହାତରେ ବଞ୍ଚିଛି ତିନି ପିଢ଼ିର ଓଡ଼ିଶା ଖଦି ଓ ଚରଖାର ପରମ୍ପରା
ବାଲିକୁଦାର ମହାମାୟା ତେଜାନୀ ବିଶ୍ୱାଳ ତିନି ପିଢ଼ିର ଖଦି ଓ ଚରଖା ପରମ୍ପରାକୁ ଆଗକୁ ନେଉଛନ୍ତି। ‘ଖଦି ଉଦ୍ୟୋଗ ମନ୍ଦିର’ ମାଧ୍ୟମରେ ୪୫ ଜଣ ମହିଳାଙ୍କୁ ସୂତା କାଟିବା, ଲୁଗା ବୁଣିବା ଓ ପୋଷାକ ତିଆରି କାମରେ ରୋଜଗାର ମିଳୁଛି।

ଭୁବନେଶ୍ଵର: ଖଦି ଏକ ବସ୍ତ୍ର ନୁହେଁ, ଏହା ଓଡ଼ିଶା ଓ ଭାରତର ଏକ ଅସ୍ମିତାର ପରିଚୟ। ସମ୍ପ୍ରତି ’ଜେନ୍-ଜି’ ହୁଅନ୍ତୁ କି ପୂର୍ବପିଢ଼ି ଜେନ୍ ୱାଇ, ଖଦି ବସ୍ତ୍ର ପ୍ରତି ଆକର୍ଷଣ ପ୍ରାୟତଃ ନାହିଁ। ଏଭଳି ସ୍ଥିତିରେ ଏକ ଝିଅ ହୋଇ ତିନି ପିଢ଼ିର ଖଦି ଓ ଚରଖା ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ବାଲିକୁଦାର ମହାମାୟା ତେଜାନୀ ବିଶ୍ବାଳ। ବିବାହର ମାତ୍ର ପାଞ୍ଚ ବର୍ଷ ପରେ ସ୍ୱାମୀଙ୍କୁ ହରାଇଥିଲେ ମଧ୍ୟ ସେ ଭାଙ୍ଗି ପଡ଼ିନାହାନ୍ତି । ବରଂ ପିଢ଼ି ପରେ ପିଢ଼ି ଧରି ଚାଲିଆସିଥିବା ଖଦି ପରମ୍ପରାକୁ ବଞ୍ଚାଇ ରଖିବା ସହ ଏହାକୁ ନିଜ ଜୀବନର ବ୍ରତ କରିଛନ୍ତି । “ଓଡ଼ିଶା ଖଦି ଓ ଏମ୍ଏସ୍ଏମ୍ଇ ଏକ୍ସପୋ”ରେ ତାଙ୍କ ଷ୍ଟଲ ଏହି ସଂଘର୍ଷ ଓ ସମ୍ମାନର ଗାଥା ବୟାନ କରୁଛି।
ମହାମାୟାଙ୍କ ଜେଜେବାପା ତଥା ବାଲିକୁଦା ଗାନ୍ଧୀ ଭାବେ ପରିଚିତ ହରେକୃଷ୍ଣ ବିଶ୍ୱାଳ ସ୍ୱାଧୀନତା ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧୀଙ୍କ ‘କୁଟି ଖାଅ, କାଟି ପିନ୍ଧ’ ମନ୍ତ୍ରରେ ଅନୁପ୍ରାଣିତ ହୋଇ ଖଦି କାର୍ଯ୍ୟରେ ନିଜକୁ ସମର୍ପି ଦେଇଥିଲେ । ସ୍ୱଦେଶୀ ଓ ସ୍ୱାବଲମ୍ବନର ଏହି ଆଦର୍ଶକୁ ସେ ନିଜ ପୁଅ ପ୍ରତାପ କେଶରୀ ବିଶ୍ୱାଳଙ୍କୁ ଶିଖାଇଥିଲେ ।
ସୌଜନ୍ୟ ସମ୍ବାଦ




