ରାଜ୍ୟ

Cold Weather: କୋଇଡ଼ାରେ ଖସିଲା ପାରଦ: ଜନଜୀବନ ଅସ୍ତବ୍ୟସ୍ତ, ଚା’ ଦୋକାନଗୁଡ଼ିକରେ ଭିଡ଼

ଖଣି ଅଞ୍ଚଳ କୋଇଡ଼ାରେ ଧୀରେ ଧୀରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ଥଣ୍ଡାରେ ଜନଜୀବନକୁ ପ୍ରଭାବିତ କରିଛି। ତାପମାତ୍ରା ୧୧ ଡିଗ୍ରୀ ତଳକୁ ଖସିଥିବାରୁ ସକାଳ ଓ ସନ୍ଧ୍ୟାରେ ଶୀତର ଅନୁଭୂତି ବଢ଼ିଛି।

କୋଇଡ଼ା: ଖଣିଅଞ୍ଚଳ କୋଇଡ଼ାରେ ଧୀରେ ଧୀରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ଥଣ୍ଡାରେ ଜନଜୀବନକୁ ପ୍ରଭାବିତ କରିଛି। ତାପମାତ୍ରା ୧୧ ଡିଗ୍ରୀ ତଳକୁ ଖସିଥିବାରୁ ସକାଳ ଓ ସନ୍ଧ୍ୟାରେ ଶୀତର ଅନୁଭୂତି ବଢ଼ିଛି। ଶୀତରେ ନିଜକୁ ସୁସ୍ଥ ରଖିବା ପାଇଁ ସ୍ଥାନୀୟ ବାସିନ୍ଦା ପ୍ରାତଃ ଭ୍ରମଣ ଓ ନିୟମିତ ବ୍ୟାୟାମକୁ ଗୁରୁତ୍ୱ ଦେଉଛନ୍ତି। ସକାଳୁ ରାସ୍ତାକଡ଼ରେ ଚାଲିବା, ଦୌଡ଼ିବା ଓ ବ୍ୟାୟାମ କରିବାର ଦୃଶ୍ୟ ଦେଖିବାକୁ ମିଳୁଛି।

ଆଗକୁ ଶୀତର ପ୍ରକୋପ କିଭଳି ରହିବ

ଅନ୍ୟପଟେ ଥଣ୍ଡା ବଢ଼ିବା ସହ ଚା’ ଦୋକାନଗୁଡ଼ିକରେ ଭିଡ଼ ଜମୁଛି। ସକାଳ ଓ ସନ୍ଧ୍ୟାରେ ଗରମ ଚା’ର ଚୁସ୍କି ସାଙ୍ଗକୁ ସାଙ୍ଗସାଥୀଙ୍କ ଗପସପରେ ଚଳଚଞ୍ଚଳ ହୋଇଉଠୁଛି ଦୋକାନଗୁଡ଼ିକ। ତେବେ ବାତ୍ୟାର ପ୍ରଭାବରେ ବର୍ଷା ଓ ଥଣ୍ଡା ଯୋଗୁଁ ଯାତାୟତ ସହ ସାଧାରଣ ଜୀବନଯାପନ ଶୈଳୀ ପ୍ରଭାବିତ ହେଉଥିବା ବେଳେ ଆଗକୁ ଶୀତର ପ୍ରକୋପ କିଭଳି ରହିବ, ତାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ଜାରି ରହିଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button