ରାଜ୍ୟ

Accident: ମାଛ ‌ବୋଝେଇ କଣ୍ଟେନର ଧକ୍କାରେ କଲେଜ ଛାତ୍ରଙ୍କର ମୃତ୍ୟୁ

କଲେଜ ନିର୍ବାଚନର ଉତ୍ସାହ ମଧ୍ୟରେ ହଠାତ୍ ଖେଳିଗଲା ଶୋକର ଛାୟା। ମାଛ ବୋଝେଇ କଣ୍ଟେନର ଧକ୍କାରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁକୁ ନେଇ ଜଗତସିଂହପୁର ଜିଲ୍ଲା ବାଲିକୁଦା ମୁଖ୍ୟ ବଜାରରେ ଉତ୍ତେଜନା ପ୍ରକାଶ ପାଇଛି।

ବାଲିକୁଦା (ପ୍ରଣବ ପ୍ରଧାନ): କଲେଜ ନିର୍ବାଚନର ଉତ୍ସାହ ମଧ୍ୟରେ ହଠାତ୍ ଖେଳିଗଲା ଶୋକର ଛାୟା। ମାଛ ବୋଝେଇ କଣ୍ଟେନର ଧକ୍କାରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁକୁ ନେଇ ଜଗତସିଂହପୁରଜିଲ୍ଲା ବାଲିକୁଦା ମୁଖ୍ୟ ବଜାରରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଛାତ୍ର ଜଣକ ହେଲେ ବାଲିକୁଦା କଲେଜର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ର ରାହୁଲ ନାୟକ (୨୦)। ତାଙ୍କ ଘର ବାଲିକୁଦା ଥାନା ଅନ୍ତର୍ଗତ ଅଢଙ୍ଗା ପଞ୍ଚାୟତର କୋଳଦା ଗ୍ରାମରେ। ତାଙ୍କ ପିତାଙ୍କ ନାମ ସଚିନ୍ଦ୍ର ନାୟକ।

କଲେଜ ନିର୍ବାଚନକୁ ନେଇ ରାହୁଲ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିଲେ। ଭୋଟ ପ୍ରଚାର ପାଇଁ ସେ ପ୍ରାର୍ଥୀଙ୍କ ସହିତ ବିଭିନ୍ନ ଛାତ୍ରଛାତ୍ରୀଙ୍କ ଘରକୁ ଯାଇଥିଲେ। ଏହି କାର୍ଯ୍ୟ ସାରି ବାଇକ୍‌ ଯୋଗେ ବାଲିକୁଦା ମୁଖ୍ୟ ବଜାର ନିକଟରେ ଯାଉଥିବା ବେଳେ ରାତି ୧୦ଟା ୪୫ରେ କଟକ-ମାଛଗାଁ ମୁଖ୍ୟ ରାସ୍ତାରେ ବାଲିକୁଦା ପଟୁ କଟକ ଅଭିମୁଖେ ଯାଉଥିବା ଏକ ମାଛ ବୋଝେଇ କଣ୍ଟେନର ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ରାହୁଲ ଗାଡ଼ି ଚକ ତଳେ ପଡ଼ିଯାଇଥିବା ବେଳେ ତାଙ୍କ ମୁଣ୍ଡ ଚାପି ହୋଇ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ଘଟାଇଥିବା ଗାଡ଼ି ଜବତ
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ଛାତ୍ରମାନେ ମିଶି କଣ୍ଟେନରକୁ ପିଛା କରି ତହସିଲ ଛକ ନିକଟରେ ଅଟକାଇଥିଲେ। ପରେ ପୁଲିସ ଗାଡ଼ିଟିକୁ ଜବତ କରି ନିଜ ହେପାଜତକୁ ନେଇଥିବା ବାଲିକୁଦା ଥାନା ଅଧିକାରୀ କାବୁଲି ବାରିକ ସୂଚନା ଦେଇଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button